କଟକ (ଆମ ଟିଭି): ଇଡି କବ୍ଚାରେ ପୂର୍ବତନ ବିଧାୟକ । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସମ୍ପତ୍ତି ଆଟାଚ୍ ହୋଇଛି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା ମିଳିଛି। ଏହା ସହିତ କଟକ ଏସବିଆଇ ବ୍ୟାଙ୍କ୍ରେ ଥିବା ୫ ଲକ୍ଷ ବ୍ୟାଙ୍କ ବାଲାନ୍ସ ମଧ୍ୟ ଆଟାଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ଆଧାରରେ ସମ୍ପତ୍ତି ଆଟାଚ୍ ହୋଇଛି। ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଏହି କାର୍ୟ୍ୟାନୁଷ୍ଠାନ ହୋଇଛି।
ତେବେ ଏହି ବିଷୟରେ ପ୍ରଭାତ କହିଛନ୍ତି ଏସବିଆଇରେ ୨୫ ଲକ୍ଷ ଟଙ୍କା ଡିପୋଜିଟ ଥିଲା । ଏହାବାଦ୍ ତାଙ୍କର କୌଣସି ସମ୍ପତ୍ତି ନଥିବା କଥା ସେ କହିଛନ୍ତି । ୩ କୋଟି ୯୨ ଲକ୍ଷ ଲୋନ୍ ଟଙ୍କା ଅଟେ । ତାଙ୍କ ଲୋନ୍ର ୨୫ ଲକ୍ଷ ଟଙ୍କା ଏସବିଆଇ ବ୍ୟାଙ୍କରେ ଡିପୋଜିଟ୍ ଥିଲା । ଯାହାକୁ ଜାମିନ ବାବଦକୁ ଇଡି ବ୍ୟାଙ୍କ୍କୁ କହି ଜବତ କରିଥାଇପାରେ ବୋଲି ପ୍ରଭାତ କହିଛନ୍ତି । ତେବେ ଏହି ସମ୍ପର୍କରେ ସବିଶେଷ ସୂଚନା ନ ମିଳିଥିବା ବେଳେ ଆଗକୁ ଏହା ବଢିପାରେ ବୋଲି ଆକଳନ କରାଯାଉଛି ।