ପରଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ , କାରଗିଲ ଯୁଦ୍ଧର ଖଳନାୟକ କହିଥିଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): ପରୋଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ। ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କର୍କଟ ଓ ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି ।  ୨୦୦୧ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ସେ ପାକିସ୍ତାନ ସେନାର ମୁଖ୍ୟ ପଦବୀରେ ଅବସ୍ଥାପିତ ଥିଲେ । ତେବେ ସେତେବେଳେ କାରଗିଲ ଯୁଦ୍ଧର କୁଖ୍ୟ ଖଳନାୟକ ଭାବେ ଚିତ୍ରଣ କରିଥିଲେ ଭାରତ ସରକାର ।

ସୂଚନା ଅନୁଯାୟୀ, ୨୦୦୭ ନଭେମ୍ବର ୩ ତାରିଖରେ ଦେଶରେ ଇମରଜେନ୍ସ ଲଗାଇବା ଓ ଡିସେମ୍ବର ୨୦୦୭ ରେ ସମ୍ବିଧାନକୁ ନିଲମ୍ବିତ କରିବା ଦୋଷରେ ମୁସାରଫଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ପରେ ପାକିସ୍ତାନ କୋର୍ଟ ପରଭେଜଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିଲା ।

Leave A Reply

Your email address will not be published.