ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

0

ନୂଆଦିଲ୍ଲୀ (ଆମ ଟିଭି): ଗିରଫ ହେଲେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ । ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୋହିଉଦ୍ଦିନ ୟାସିନଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। କରୋନା କାଳରେ କୋଠା ନିର୍ମାଣ କଣ୍ଟ୍ରାକ୍ଟରଙ୍କ ମାଧ୍ୟମରେ କାମ ବଦଳରେ ନିଜ ଦଳ ବେରସାତୁ ଖାତାକୁ ଟଙ୍କା ଟ୍ରାନ୍ସଫର୍ କରିଥିବା ୟାସିନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତାଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ତେବେ କୁହାଯାଉଛି ଯେ, ଶୁକ୍ରବାର ତାଙ୍କୁ ଅଦାଲତରେ ହାଜର କରାଯାଇପାରେ।

ସୂଚନା ମୁତାବକ, ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୋହିଉଦ୍ଦିନ ଗୁରୁବାର ପୂର୍ବାହ୍ନରେ ସ୍ବେଚ୍ଛାକୃତ ଭାବେ ପଚରାଉଚରା ପାଇଁ ମାଲେସିଆ ଦୁର୍ନୀତି ନିବାରଣ ଆୟୋଗ(ଏମଏସିସି)କୁ ଯାଇଥିଲେ। ମାଲେସିଆ ଦୁର୍ନୀତି ନିବାରଣ ଆୟୋଗ(ଏମଏସିସି)ର ମୁଖ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାମାରୀ ସମୟରେ କଣ୍ଟ୍ରାକ୍ଟରମାନଙ୍କଠାରୁ କାମ ବଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ବେରସାତୁ ଦଳର ଆକାଉଣ୍ଟରେ ଟଙ୍କା ଜମା କରାଉଥିବା ଅଭିଯୋଗ ହୋଇଛି।

 

Leave A Reply

Your email address will not be published.