ଭୁବନେଶ୍ୱର (ଆମ ଟିଭି): ଶଙ୍ଖ ଫୁଙ୍କିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ବୁଧବାର ସେ ବିଜେଡିରେ ସାମିଲ ହେଇଛନ୍ତି । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ସେ ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତି ପ୍ରକାଶ ବେହେରା ବୁଧବାର ବିଜେଡିରେ ସାମିଲ ହେଇଛନ୍ତି ।
ତେବେ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଏହି ଆସନରୁ ବିଜେଡି ଏବେ କାହାକୁ ଟିକେଟ୍ ଦେଉଛି ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । କାହିଁକି ନା, କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଭିତରେ ଆସୁଥିବା ଏହି ବିଧାନସଭା କ୍ଷେତ୍ର ଏବେ ବିଜେଡି ଅଧୀନରେ ଅଛି । ୨୦୧୯ ସାଧାରଣ ନିର୍ବାଚନରେ ପ୍ରଶାନ୍ତ ବେହେରା ଏଠାରୁ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେଣୁ ଏଥର ବିଜେପି ଛାଡି ପ୍ରକାଶ ବିଜେଡିରେ ସାମିଲ ହେବା ପରେ, ଏବେ ପ୍ରଶାନ୍ତ ନା ପ୍ରକାଶ କାହାକୁ ସାଲେପୁର ଟିକେଟ୍ ମିଳୁଛି ତାହା ଆଲୋଚନାର ବିଷୟ ।