ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ୟାତନା ମାମଲାରେ ରାୟ ଶୁଣାଇଛନ୍ତି ଭିଲିପୁରମ କୋର୍ଟ । ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ ।
୨୦୨୧ ଫେବ୍ରୁୟାରୀରେ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ହୋଇଥିଲା । ଘଟଣା ପରେ ଚାକିରିରୁ ନିଲମ୍ବିତ ହୋଇଥିଲେ ରାଜେଶ ଦାସ ।