ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ବସିବାକୁ ଜାଗାପାଇଲେନି ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରାଗିଯାଇ କାର୍ଯ୍ୟକ୍ରମ ଅଧାରୁ ଫେରିଲେ
ନୂଆଦିଲ୍ଲୀ (ଆମ ଟିଭି ): ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସିଟ୍ ପାଇଲେନି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ରାଗିଯାଇ କାର୍ଯ୍ୟକ୍ରମ ଅଧାରୁ ଫେରିଗଲେ ହର୍ଷବର୍ଦ୍ଧନ । ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ ଶପଥପାଠ କାର୍ଯ୍ୟକ୍ରମରେ ପହଁଚିଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । କିନ୍ତୁ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ତାଙ୍କୁ ବସିବାକୁ ଉପଯୁକ୍ତ ସିଟ୍ ଖଣ୍ଡେ ମିଳିନଥିଲା । ଯେଉଁଥି ପାଇଁ କାର୍ଯ୍ୟକ୍ରମ ଛାଡି ଚାଲିଆସିଲେ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ।ରାଗରେ କହିଲେ ଏଭଳି ବ୍ୟବସ୍ଥା ହୋଇଛି, ବସିବାକୁ ସିଟ୍ ବି ନାହିଁ ।
ସୂଚନା ଯୋଗ୍ୟ, ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ବିନୟ କୁମାର ସକସେନା । ୨୨ ତମ ଉପ-ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ସେ। ଦିଲ୍ଲୀର ପୂର୍ବ ଲେଫ୍ଟନାଂଟ ଗଭର୍ନର ଏଲଜି ଅନିଲ୍ ବୈଜଲଙ୍କ ଇସ୍ତଫା ପରେ ବିନୟ କୁମାର ସକସେନାଙ୍କୁ ବଛାଯାଇଛି ।