ସବ୍ୟସାଚୀଙ୍କ ମହାନତା, ଜନ୍ମଦିନରେ ହରିଶଙ୍କରରେ କଲେ ଜଳଯୋଗାଣ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର(ଆମ ଟିଭି): ବଲାଙ୍ଗୀର ଜିଲ୍ଲାର ପବିତ୍ର ପୀଠ ହରିଶଙ୍କର ରେ ଓଲିଉଡ଼ ଅଭିନେତା ସବ୍ୟସାଚୀ ତାଙ୍କ ନୂଆ ସିନେମା ରାଣ୍ଡୀ ପୁଅ ଅନନ୍ତା ର ସୁଟିଙ୍ଗ୍ ପାଇଁ ଯାଇଥିଲେ ଏବଂ ସେହି ସ୍ଥାନର କିଛି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବା ସହ ହରିଶଙ୍କର ପରି ସୁନ୍ଦର ମନ୍ଦିରରେ ସବୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳର ସୁବିଧା ନଥିବାରୁ ଲକ୍ଷାଧୂକ ଯାତ୍ରୀଙ୍କୁ ଅସୁବିଧା ହେଉଥିଲା ତେଣୁ ହରିଶଙ୍କର ମନ୍ଦିର ପରିସରରେ ଯାତ୍ରୀମାନଙ୍କ ପାଇଁ ଏକ ହାଇଟେକ୍ ଜଳ ଯୋଗାଣ ସୁବିଧାର ଭୂମି ପୂଜା ଅଭିନେତା ସବ୍ୟସାଚ୍ଚୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା ଯେଉଁଥିରେ ଘଣ୍ଟାକୁ ଗରମ୍ ଓ ଥଣ୍ଡା ପାଣି ୬୦ ରୁ ୮୦ ଲିଟର ବାହାରି ପାରିବ । ଭକ୍ତମାନଙ୍କ ଚାଲିବାର ସୁବିଧା ନିମନ୍ତେ ଏକ ୱାକିଂ କାର୍ପେଟ୍ ବିଛାଇଦେବାକୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି।

ଏହା ଛଡ଼ା ହରିଶଙ୍କର ଓ ଖପରାଖୋଲ ଅଞ୍ଚଳର କିଛି ମେଧାବୀ ଛାତ୍ର ଛାତ୍ରୀମାନଙ୍କ ଅଧ୍ୟୟନକୁ ଆଖୂରେ ରଖି ପଠନ ଉପକରଣ ଓ ବୃତ୍ତି ଆକାରରେ ଅର୍ଥ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କରିଛନ୍ତି ।

କାର୍ଯ୍ୟକ୍ରମ ରେ ଫିଲ୍ମ କଳାକାର ଓ ନିର୍ଦ୍ଦେଶକଙ୍କ ସହ ସ୍ଥାନୀୟ ବିଡ଼ିଓ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଶ୍ରୀଯୁକ୍ତ ଆଦିତ୍ୟ ମିଶ୍ର, ସ୍.ଡି.ପି.ଓ ପାଟଣାଗଡ଼ ଶ୍ରୀଯୁକ୍ତ ସଦାନନ୍ଦ ପୂଜାରୀ, ଖପରାଖୋଲ୍ ଥାନା ର ଓଆଇସି ଶ୍ରୀଯୁକ୍ତ ନରେନ୍ଦ୍ର ଛତର, ତୁରେଇକେଲା ଓଆଇସି ଶ୍ରୀଯୁକ୍ତ ରମାକାନ୍ତ ସାହୁ, ସ୍ଥାନୀୟ ଜେଇ ଶ୍ରୀଯୁକ୍ତ ରାଜକିଶୋର ନାୟକ ଆଦି ଉପସ୍ଥିତ ଥିଲେ।

ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ଶୁଭ ଜନ୍ମଦିନ ଅନେକ ଫ୍ୟାନ୍ସ ଙ୍କ ଗହଣରେ ସୁନ୍ଦର ଭାବେ ପାଳନ ହୋଇଥିଲା l ଅଭିନେତା ସବ୍ୟସାଚୀ ତାଙ୍କ ଜନ୍ମଦିନ ତାରକା ହୋଟେଲ ପାଳନ କରିପରିଥାନ୍ତେ ହେଲେ ତାଙ୍କର ଏମିତି ଏକ ମହତ ଉଦ୍ଦେଶ୍ୟ ପାଇଁ ସେ ଏମିତି ଏକ ସ୍ଥାନ ରେ ଜନ୍ମଦିନ ପାଳନ କରି ନିଜକୁ ଧନ୍ୟ ମନେ କରିଛନ୍ତି l