ସାଇ ଆରୋଗ୍ୟ ନ୍ୟୁରୋଥେରାପି ସେଣ୍ଟର ଦ୍ୱାରା ମାଗଣା ହେଲଥ କ୍ୟାମ୍ପ ଆୟୋଜିତ*
ନ୍ୟୁରୋଥେରାପି ଏକ ବିନା ଔଷଧର ଚିକିତ୍ସା, ଏଥିରେ କୌଣସି ପ୍ରକାର ଔଷଧ ଆବଶ୍ୟକ ନାହିଁ ବୋଲି କହିଛନ୍ତି ସଭାପତିତ୍ୱ କରିଥିବା ନ୍ୟୁରୋଥେରାପିଷ୍ଟ ଶୁଭଲକ୍ଷୀ ଦାସ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ସଚିବ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଆବାହକ ସଚିବ ବିବେକାନନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ବିଜେପିର ମୁଖପାତ୍ର ସଜନ ଶର୍ମା ଉପସ୍ଥିତ ଥିଲେ l
ଏହା ସହ ସମ୍ମାନିତ ଅତିଥି ଭାବେ ଅଭିନେତ୍ରୀ ତଥା ପ୍ରଯୋଜିକା ସନଲିସା ପଟେଲ ଓଲିଉଡ଼ ମିଡ଼ିଆ ପ୍ଳାନର ତଥା କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ, ସମାଜସେବୀ ତଥା ବିଜେପି ନେତା ଗୋପାଳ କୃଷ୍ଣ ଗୌଡ଼ ଏବଂ ସମାଜସେବୀ ତଥା ସାମ୍ବାଦିକ ବୁଲନ ଭାଇ ଉପସ୍ଥିତ ଥିଲେ l ଏହି ମାଗଣା କ୍ୟାମ୍ପ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ l ୨୪ ଓ ୨୫ ତାରିଖରେ ସାଇ ଆରୋଗ୍ୟ ନ୍ୟୁରୋଥେରାପି ସେଣ୍ଟର ରେ ଆୟୋଜିତ ହେବ l