ଉତ୍ତରପ୍ରଦେଶରେ ବନ୍ଦ ହେଲା ମାଗଣା ରାସନ

0

ଲକ୍ଷ୍ନୌ (ଆମ ଟିଭି): ପୁଣି ଯୋଗୀ ସରକାର ନେଲେ ଏକ ବଡ଼ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ବନ୍ଦ ହେଲା ମାଗଣା ରାସନ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟ ନାଥ ସରକାର ନିଶୁଳ୍କ ବଣ୍ଟାଯାଉଥିବା ରେସନ ବନ୍ଦ କରିଦେଇଛନ୍ତି। ତେବେ ପୂର୍ବ ଭଳି ବିତରଣ କେନ୍ଦ୍ରରେ ରେସନ ବାବଦ ପଇସା ପୈଠ କରି ଲୋକେ ମାସିକ କୋଟା ଉଠାଇ ପାରିବେ ବୋଲି ଘୋଷଣା କରାଯାଇଛି। ଜୁଲାଇ ମାସର ରେସନ ବିତରଣ ଅଗଷ୍ଟ ୩୧ ସୁଦ୍ଧା ଆରମ୍ଭ ହେବ। ଲୋକେ ଗହମ କେଜି ପିଛା ୨ ଟଙ୍କା ଓ ଚାଉଳ ୩ ଟଙ୍କା ପୈଠ କରି ସାମଗ୍ରୀ ଉଠାଇ ପାରିବେ।

ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ପରେ ମାର୍ଚ୍ଚ ୨୦୨୨ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୩ ମାସ ନିଶୁଳ୍କ ରେସନ ବାଣ୍ଟିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଯୋଜନାକୁ ଆଉ ୩ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ କେନ୍ଦ୍ରର ନିଶୁଳ୍କ ରେସନ ବିତରଣ ବ୍ୟବସ୍ଥାକୁ ସରକାର ହିତାଧିକାରୀଙ୍କ ଲାଗି ବନ୍ଦ କରିଦେଇଛନ୍ତି। ଏଣିକି ପୂର୍ବଭଳି ପଇସା ଦେଇ ଲୋକ ରାସନ ନେବେ ।

 

Leave A Reply

Your email address will not be published.