ରାଜସ୍ଥାନ ଆଜମେରରୁ ମହାନଜସମ୍ପର୍କ ଅଭିଯାନ ଆରମ୍ଭ କଲେ ମୋଦୀ

0

ନୂଆଦିଲ୍ଲୀ(ଆମ ଟିଭି): ବିଜେପି ଆରମ୍ଭ କଲା ତାର ମହାଜନସମ୍ପର୍କ ଅଭିଯାନ । ରାଜସ୍ଥାନ ଆଜମେରରୁ ମହାଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୯ ବର୍ଷରେ ତାଙ୍କ ସରକାର ଦେଶର ବିକାଶ ପାଇଁ କରିଥିବା କାର୍ୟ୍ୟର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୃଷକ କଲ୍ୟାଣରୁ ଗରିବ କଲ୍ୟାଣ ଯାଏ କେନ୍ଦ୍ର ସରକାର କରିଥିବା ପ୍ରତ୍ୟେକ ଯୋଜନା ସମ୍ପର୍କରେ ଦେଶବାସୀଙ୍କୁ ଦେଇଛନ୍ତି ହିସାବ । ମୋଦି କହିଛନ୍ତି ଭାରତରେ ଗରିବ କଲ୍ୟାଣର ୯ ବର୍ଷ ହୋଇଛି ପୂରା । ଆଜି ସାରା ବିଶ୍ବରେ ହେଉଛି ଭାରତର ଜୟଗାନ୍ । ୯ ବର୍ଷରେ କୃଷି ବଜେଟରେ ହୋଇଛି ୬ ଗୁଣା ବୃଦ୍ଧି । ୧୧ ଲକ୍ଷ କୃଷକଙ୍କୁ କିଶାନ ସମ୍ମାନ ନିଧିରେ ମିଳିଛି ଅଢେଇ ଲକ୍ଷ କୋଟି ଟଙ୍କା ପ୍ରଥମ ଥର ପାଇଁ ଅନ୍ନଦାତାଙ୍କୁ ଉର୍ଜାଦାତା ବନାଇବା କାମ କରିଛି ବିଜେପି ସରକାର ।
ସେହିପରି ହାଇୱେ ଓ ରେଲୱେ ପାଇଁ ଖର୍ଚ୍ଚ ହୋଇଛି ୨୪ ଲକ୍ଷ କୋଟି । ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ଯାଇଛି ୨୯ ଲକ୍ଷ କୋଟି । ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ୨୨ ହଜାର କୋଟି । ପାନୀୟ ଜଳ ପାଇଁ ୩.୭୫ ଲକ୍ଷ କୋଟି । ଗରିବଙ୍କୁ ପକ୍କାଘର ପାଇଁ ୨.୨୫ କୋଟି । ମୁଦ୍ରା ଯୋଜନା ମାଧ୍ୟମରେ ଯୁବବର୍ଗଙ୍କୁ ରୋଜଗାର ପାଇଁ ୨୪ ଲକ୍ଷ କୋଟି ଖର୍ଚ୍ଚ କରିଛନ୍ତି ମୋଦି ସରକାର । ଏହିଅବସରେ କଂଗ୍ରେସକୁ ନିଶାନା କରିଛନ୍ତି ପ୍ରାଧାନମନ୍ତ୍ରୀ । କହିଛନ୍ତି ସବୁବେଳେ ଜନତାଙ୍କୁ ଧୋକା ଦେଇଛି କଂଗ୍ରେସ । କଂଗ୍ରେସ ଶାସନରେ ଗରିବଙ୍କୁ ହେଉଥିଲା ଶୋଷଣ, ଅନ୍ଧକାରରେ ଥିଲା ଯୁବପିଢୀଙ୍କ ଭବିଷ୍ୟତ ।

Leave A Reply

Your email address will not be published.