ଧାମନଗରରୁ ବିଜେପିରୁ ପାର୍ଥୀ ହେଲେ ସୂର୍ଯ୍ୟବଂଶୀ ସୂରଜ୍

0

ଭଦ୍ରକ/ଭୁବନେଶ୍ବର (ଆମ ଟିଭି): ଧାମନଗର ଉପ ନର୍ବାଚନ  ଭାରତୀୟ ଜନତା ପାର୍ଟି ନିଜର ପର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ‌ଏନେଇ ବିଜେପି କନ୍ଦ୍ରେୀୟ ନିର୍ବାଚନ କମିଟି ଆଜି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋର୍ଡିନେଟର। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ।

Leave A Reply

Your email address will not be published.