ସକାଳୁ ସକାଳୁ ପୁରୀ ସମୁଦ୍ର କୂଳରେ ଲାଗିଲା ୫ ଜାହାଜ; ଜାହାଜ ଦେଖିବାକୁ ଲୋକଙ୍କ ଭିଡ

0

ପୁରୀ (ଆମ ଟିଭି):  ପୁରୀ ସମୁଦ୍ର କୂଳରେ ନୌସେନା ମୁଖ୍ୟ। ସମୁଦ୍ରରେ ନୌସେନା ୫ଟି ଜାହାଜ ଲାଗିବା ପରେ ନୌସେନା ମୁଖ୍ୟ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ପୁରୀରେ ପାଳନ ହୋଇପାରେ ନାଭି ଦିବସ। ଏଥିପାଇଁ ମଧ୍ୟ ଆଗକୁ ଆସିପାରେ ଆଉ ଅଧିକ ଜାହାଜ। ପୁରୀ ସମୁଦ୍ର ତଟରେ କିଛି ଦିନ ହେବ ଦେଖିବାକୁ ମିଳୁଛି ନୌସେନାର ଜାହାଜ। ଆଜି ଦିଗବାରେଣି ଖୁଣ୍ଟି ନିକଟରେ ୫ଟି ବଡ଼ ବଡ଼ ଜାହାଜ ଲାଗିଛି।

ଦିଗ ବାରିଣୀ ଖୁଣ୍ଟିଠାରୁ ଲାଇଟ୍ ହାଉସ୍ ପର୍ୟ୍ୟନ୍ତ ସମୁଦ୍ର ଭିତରେ ଏହି ଜାହାଜ ଗୁଡିକ ପଇଁତରା ମାରୁଛନ୍ତି। ଶୁଣିବାକୁ ମିଳୁଛି, ପ୍ରତିବର୍ଷ ଭଳି ନୌସେନା ପକ୍ଷରୁ ଚଳିତବର୍ଷ ନୌସେନା ଦିବସ ପାଳିନ କରିବାକୁ ଯାଉଛି ପୁରୀ ସମୁଦ୍ର ଉପକୂଳରେ। ଏହାର ପୂର୍ବପ୍ରସ୍ତୁତି ସ୍ୱରୂପ ଏହି ଜାହାଜ ଆସି ପୁରୀ ସମୁଦ୍ର ତଟକୂଳରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.