ନୂଆଦିଲ୍ଲୀ (ଆମ ଟିଭି): ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ନେଇ ଏବେ ଚିନ୍ତାରେ ପଞ୍ଜାବ ପୋଲିସ । ଏହାରି ଭିତରେ ପଳାତକ ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ଏହି ଖଲିସ୍ତାନୀ ନେତା ବାଇକରେ ହରିଆଣା ଦେଇ ଉତରାଖଣ୍ଡ ପଳାଇଯାଇଥିବା ସୂଚନା ମିଳିଛି । ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ନିଜକୁ ଖଲିସ୍ତାନୀ ସମର୍ଥକ କହି ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହେବା, ଯୁବକଙ୍କୁ ଉସକାଇବା, ଦେଶ ଓ ଦେଶ ବାହାରେ ହଙ୍ଗାମା କରିବା ଭଳି ଅନେକ ଅଭିଯୋଗ ଅମ୍ରିତପାଲଙ୍କ ବିରୋଧରେ ।
ଅଜନାଲ ହିଂସା ମାମଲାରେ ୬ଦିନ ହେବ ପୁଲିସ ହାତରୁ ଫେରାର ଥିବା ଅମ୍ରିତକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅମ୍ରିତପାଲ ପଂଜାବରେ ନିଜର ଯେଉଁ ଶକ୍ତିପ୍ରଦର୍ଶନ ପ୍ରଦର୍ଶନ କରୁଛି ଏହା ପଛରେ ବିଦେଶୀ ଫଣ୍ଡ ଓ ଟେରର ଫଣ୍ଡିର ହାତ ଥିବା କୁହାଯାଉଛି । ଅମ୍ରିତପାଲର ରହିଛି ମୋଟ ୧୫୮ ବ୍ୟାଙ୍କ ଆକାଉଣ୍ଟ ରହିଥିବା ୨୮ଟି ବ୍ୟାଙ୍କ ଖାତାକୁ ୫କୋଟିରୁ ଅଧିକ ଟଙ୍କା ପଠାଯାଇଛି । ଅଧିକାଂଶ ବ୍ୟାଙ୍କ ପଞ୍ଜାବରେ ରହିଛି । ଅମ୍ରିତପାଲ, ପତ୍ନୀ କିରଣଦୀପ ଓ ସମ୍ପର୍କୀୟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଏହି ବଡ ତଥ୍ୟ ଲାଗିବା ପରେ ଏହି ସମସ୍ତ ବ୍ୟାଙ୍କ ଆକାଉଁଟରେ ଖୋଳତାଡ ଆରମ୍ଭ ହୋଇଛି ।