ଆଗକୁ ୫୦୦୦ ଡାକ୍ତର ନିଯୁକ୍ତି ଦେବେ ରାଜ୍ୟ ସରକାର

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ । ଆହୁରି ଶସକ୍ତ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଏହାର ଜବାବରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବେଡ ତୁଳନାରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ବେଡର ବ୍ୟବସ୍ଥା କରାଯାଉଛି । ବେଡ ଅଭାବରୁ କହାକୁ ଫେରାଇ ଦିଆଯାଉ ନାହିଁ ।୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି । ପ୍ରଶ୍ନକର୍ତା ମୋହନ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ମୋହନ ମାଝୀ ମନ୍ତ୍ରୀଙ୍କୁ ଏସସିବି ମେଡ଼ିକାଲ ବୁଲି ରୋଗୀ ସେବା ଦେଖିବା ପାଇଁ ଆହ୍ୱାନ କରିଛନ୍ତି । ନ୍ୟାସନାଲ ମେଡିକାଲ କାଉନସିଲ ଗାଇଡଲାଇନ୍ ପାଳନ ହେଉ ନାହିଁ , ରାଜ୍ୟରେ ଦେଢ଼ ଲକ୍ଷ ବେଡ ଆବଶ୍ୟକ । ରୋଗୀଙ୍କୁ ବେଡ ମିଳୁନାହିଁ, ମନ୍ତ୍ରୀ ଅସତ୍ୟ କହୁଛନ୍ତି ।

Leave A Reply

Your email address will not be published.