CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ

0

ନୂଆଦିଲ୍ଲୀ(ଆମ ଟିଭି): CWC ବୈଠକ ପୁର୍ବରୁ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ।ରବିବାର କଂଗ୍ରେସ କାର୍ଯ୍ୟକାରୀ(ସିଡବ୍ଲ୍ୟୁସି)ର ରବିବାର ବୈଠକ ହେବାକୁ ଯାଉଛି। ଏଥିରେ ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷର ନିର୍ବାଚନ ତାରିଖ ଉପରେ ନିଷ୍ପତ୍ତି ନିଆଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇ ସାରିଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ଗ୍ରୁପ ସଦସ୍ୟଙ୍କ ବୈଠକ ବସିଛି। ଏହା ପୂର୍ବରୁ ଶୁକ୍ରବାର ଆଜାଦ ୫୧ ବର୍ଷର ସଂପର୍କ ଛିନ୍ନ କରି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜାଦଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଜି-୨୩ ସଦସ୍ୟ ଆଜାଦଙ୍କ ବାସଭବନରେ ବୈଠକ କରିଛନ୍ତି। ଏହି ବୈଠକ ଗୁଲାମ ନବୀ ଆଜାଦଙ୍କ ଡକରାକ୍ରମେ ଅନୁଷ୍ଠିତ ହୋଇଛି। ହେଲେ ଏଥିରେ କେଉଁ ବିଷୟକୁ ନେଇ ଆଲୋଚନା କରାଯାଇଛି ଏବଂ କେଉଁ କେଉଁ ନେତା ବୈଠକରେ ଯୋଗ ଦେଇଥିଲେ ତାହା ବି ଜଣା ପଡିନି। ଅପରପକ୍ଷେ ରବିବାର କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଏଥିରେ କଂଗ୍ରେସର ଅଧ୍ୟକ୍ଷ ପଦର ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ।

ଉଲ୍ଲେଖଯୋଗ୍ୟ, ଗତକାଲି ସୋନିଆ ଗାନ୍ଧୀଙ୍କୁ ପାଞ୍ଚ ପୃଷ୍ଠା ସମ୍ବଲିତ ପତ୍ର ଲେଖି ବରିଷ୍ଠ ନେତା ଗୁଲାମ ନବି ଆଜାଦ ଦଳରୁ ଇସ୍ତଫା ଦେଇଥିଲେ। ସେ ଚିଠିରେ ଦଳ ପ୍ରତି ଅସନ୍ତୋଷ ଜାହିର କରିବା ସହ ବିଷୋଦଗାର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ସୋନିଆ ଗାନ୍ଧୀ ନାମକୁ ମାତ୍ର ଅଧ୍ୟକ୍ଷା। ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ଏବଂ ତାଙ୍କର ପିଏ ଗାର୍ଡ ନେଉଛନ୍ତି। ଆଜାଦଙ୍କ ଅଭିଯୋଗ ଉପରେ କଂଗ୍ରେସ ନେତା କଡା ପ୍ରତିକ୍ରିୟା ଦେବା ସହ ତାଙ୍କୁ ଟାର୍ଗେଟ୍ କରିଥିଲେ। ଆସନ୍ତାକାଲିର ଦିନ କଂଗ୍ରେସ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ସହ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ତାଙ୍କୁ ମନାଇବାକୁ ଯେତେ ପ୍ରଚେଷ୍ଟା ପରେ ବି ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ନାରାଜ। ଏବେ ବି ରାହୁଲ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଆଶା କରାଯାଉଛି ଆସନ୍ତାକାଲି ବୈଠକରେ ଅଧ୍ୟକ୍ଷ ପଦର ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ।

Leave A Reply

Your email address will not be published.