ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜା

0

ପୁରୀ (ଆମ ଟିଭି): ଗଜପତି ମହାରାଜା ଦିବ୍ୟସିଂହ ଦେବ ଗୁରୁବାର ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୬ଶହରୁ ଅଧିକ ପଥର ବଦଳାଯାଇଛି। ଭିତର ଭଣ୍ଡାର ଘରରେ ଅନେକ ପଥର ପରିବର୍ତ୍ତନ କରାଯାଇ ସମସ୍ତ ବିମ୍‌କୁ ସଶକ୍ତ କରାଯାଇଛି। ଭଣ୍ଡାରର ବାହାର ଓ ଭିତର ଅଂଶକୁ ରସାୟନିକ ପ୍ରଲେପ ଦିଆଯାଇ ସଂରକ୍ଷଣ କରାଯାଉଛି। ସମୁଦାୟ ୧୪ଟି ବିମ ନିର୍ମାଣ କରାଯାଇଛି।

ରତ୍ନଭଣ୍ଡାର କାର୍ଯ୍ୟରେ ୮୦ରୁ ଅଧିକ କୁଶଳୀ କାରିଗର ପର୍ଯ୍ୟାୟକ୍ରମେ ମରାମତି କାର୍ଯ୍ୟ କରୁଛନ୍ତି। ମନ୍ଦିରର ସମସ୍ତ ରୂପଦ୍ବାରକୁ ପରିଷ୍କାର କରାଯାଇଥିବାବେଳେ ବଳକା ଥିବା ଦ୍ବାରକୁ ବର୍ମାଟିକ୍‌ କାଠରେ ନୂଆ କବାଟ ଲଗାଯିବାର ବ୍ୟବସ୍ଥା ହୋଇଛି। ଗର୍ଭଗୃହରେ କାଠ ନିର୍ମିତ କନକମୁଣ୍ଡିକୁ ପରିବର୍ତ୍ତନ କରାଯାଇ ଷ୍ଟେନଲେସ ଷ୍ଟିଲ ଲଗାଯାଉଛି। ସମସ୍ତ କାର୍ଯ୍ୟ ଅନୁଧ୍ୟାନ ପରେ ଗଜପତି ମହାରାଜା ସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.