ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ମାମଲା: ରାଜା ଚକ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବନ୍ଧା ହେଲେ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ର । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଓଏମ୍ସି ଖଣି ଅଞ୍ଚଳର ୧୧ ଗାଁର ଲୋକେ ମିଶି ଏକ ସମବାୟ ସଂସ୍ଥା ଗଠନ କରିଥିଲେ । ଆଉ EOW ତଦନ୍ତରେ ଖୋଲିଛି ରାଜା ଚକ୍ରର କଳା ଚିଠା । ସପ୍ତାହରୁ ଅଧିକ ଦିନର ମାରାଥନ ରେଡ୍ ପରେ ରାଜା ଚକ୍ରକୁ ଆଜି କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ପଚରା ଉଚରା ପରେ ରାଜା ଚକ୍ରକୁ ଗିରଫ କରା ଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
୧୧ଗାଁର ଲୋକ ମିଶି କରିଥିଲେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି । ଉଦ୍ଦେଶ୍ୟ ଥିଲା ଲୋଡିଂରୁ ଯାହା ଲାଭ ମିଳିବ ତାହା ଅଞ୍ଚଳର ବିକାଶରେ ଖର୍ଚ୍ଚ ହେବ । ତେବେ ଲାଭ ଅର୍ଥକୁ କିଛି ପ୍ରଭାବଶାଳୀ ଲୋକ ଚଳୁ କରୁ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଆରମ୍ଭ କରିଥିଲା ଛାନଭିନ୍ । ବିଭିନ୍ନ ବ୍ୟାଙ୍କରେ ଥିବା ୧୭ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରାଯାଇଥିଲା ।