ଏବର୍ଷ ବିନା କଟକଣାରେ ପାଳିତ ହେବ ଗଣେଷ ପୂଜା: ଜାଣନ୍ତୁ କେଉଁଠି?

0

ଭୁବନେଶ୍ୱର(ଆମ ଟିଭି): ୨ ବର୍ଷ କଟକଣାରେ ପାଳିତ ହୋଇଥିଲା ଗଣେଷ ପୂଜା । ଗଜାନନଙ୍କୁ ଦେଖିବାକୁ ମଣ୍ଡପ ପାଖକୁ ଯିବାକୁ ନଥିଲା ଅନୁମତି । କିନ୍ତୁ ଏଥର ଗଣେଷ ପୂଜାକୁ ନେଇ ଆସିଛି ଖୁସି ଖବର । ଏଥର ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା । ପରଦା ଆଢ଼ୁଆଳରେ ନୁହେଁ, ବରଂ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ । ଗଣେଶ ପୂଜାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଏହା ସହ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ କମିଶନର ଅପିଲ କରିଛନ୍ତି । ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ରାଜଧାନୀର କୁଆଖାଇ ଓ ଦୟା ନଦୀ କୂଳରେ ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ହେବ ବୋଲି ବିଏମସି କମିଶନର କହିଛନ୍ତି । କିନ୍ତୁ ସମସ୍ତେ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.