ଶଙ୍ଖ ଫୁଂକିଲେ ଗଣେଶ୍ୱର

0

ଭୁବନେଶ୍ୱର,୭ା୪: ରବିବାର ବିଜେଡିରେ ମିଶିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳୀୟ ସମର୍ଥକଙ୍କ ସହ ଆଜି ଗଣେଶ୍ୱର ବିଜେଡିରେ ଯୋଗ ଦେଇଥିବା ବେଳେ ନିକଟରେ ସେ କଂଗ୍ରେସ ଛାଡ଼ିଥିଲେ।

ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ବର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି। ତାଙ୍କୁ ନିର୍ବାଚନ କମିଟିରୁ ବାଦ୍‌ ଦିଆଯାଇଥିଲା। ଏହା ତାଙ୍କର ସହକର୍ମୀ ଓ ଅନୁଗତ ମାନଙ୍କୁ ବହୁମାତ୍ରାରେ ଆଘାତ ଦେଇଥିଲା। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ, କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି। ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ।

Leave A Reply

Your email address will not be published.