ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଲିଙ୍କରେ ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ସକ୍ରିୟ ହେଲା ଏନଆଇଏ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଶକ୍ତ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଗ୍ୟାଙ୍ଗଷ୍ଟାର ଲିଙ୍କ ଥିବା ସ୍ଥାନ ଉପରେ ଆଜି ଏନ୍ଆଇଏ ରେଡ୍ କରିଛି। ୩ଟି ରାଜ୍ୟ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ବିଭିନ୍ନ ଠିକଣା ଉପରେ ଏକକାଳୀନ ରେଡ୍ କରିଛି ଏନ୍ଆଇଏ। କିଛି ଦିନ ପୂର୍ବେ ପଞ୍ଜାବ ଜେଲ୍ରୁ ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀ ସ୍ଥିତି ଏନ୍ଆଇଏର ମୁଖ୍ୟ କାର୍ୟ୍ୟାଳୟକୁ ଅଣାଯାଇଥିଲେ। ସେଠାରେ ତାକୁ ଏନ୍ଆଇଏ ଘନ ଘନ ପଚରାଉଚରା କରିଥିଲା। ଏହାପରେ ଆଜି ସାକଳୁ ଲରେନ୍ସ ବିଷ୍ଣୋଇର ସମ୍ପର୍କୀୟ ଘରେ ଏନ୍ଆଇଏ ଛାନବିନ୍ କରିଛି। ୩ଟି ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ଏନ୍ଆଇଏ ରେଡ୍ କରିଥିବା କୁହାଯାଉଛି।

ସେପଟେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଗୃହମନ୍ତ୍ରଣାଳୟ। ବିଭିନ୍ନ ଅପରାଧରେ ଜଡ଼ିତ ଥିବା ୨୫ଜଣ ଅପରାଧିଙ୍କ ବିରୋଧରେ ଆକ୍ସନ ନେବାକୁ ଏନଆଇଏକୁ ପତ୍ର ଲେଖିଥିଲା। ଏହି ଚିଠି ପରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବର ଗ୍ୟାଙ୍ଗଷ୍ଟାରମାନଙ୍କୁ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଜେଲକୁ ପଠାଯାଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିବା ପୂର୍ବରୁ ତାର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଏମାନଙ୍କ ପାଖରୁ ୩ଟି ପିସ୍ତଲ, ଗୋଟିଏ ମାଗ୍ଜିନ୍ ଓ ୨୨ଟି ଅଫୁଟା ଗୁଳି ଜବତ କରିଛି ପୁଲିସ।

Leave A Reply

Your email address will not be published.