ପୁରୀ ସମୁଦ୍ରରେ ବୁଡ଼ିଯାଇଥିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ: ସୁରକ୍ଷିତ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ
ପୁରୀ ସମୁଦ୍ରରେ ବୁଡ଼ିଯାଇଥିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ । ସମୁଦ୍ରରେ ଓଲଟିପଡ଼ିଥିଲା ସ୍ପିଡ୍ ବୋଟ୍ । ଉଭୟଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ । ସ୍ପିଡ୍ ବୋଟରେ ଥିଲେ ୪ ଜଣ ପର୍ଯ୍ୟଟକ । ଏହି ଘଟଣା ୨ ଦିନ ତଳେ ଘଟିଥିଲା । ସେତେବେଳେ ଏହି ଘଟଣା ସାମ୍ନାକୁ ଆସିନଥିଲା । ପରେ ଗାଙ୍ଗୁଲିଙ୍କ ପରିବାର ପକ୍ଷରୁ ଏନେଇ ସୋସିଆଲମିଡିଆରେ ସୂଚନା ମିଳିବା ପରେ ଏହା ସାମ୍ନାକୁ ଆସିଥିଲା । ଗାଙ୍ଗୁଲିଙ୍କ ଭାଇ ଭାଉଜ ଏହି ଘଟଣାରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ।
ତେବେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ନୋ ବାଥିଙ୍ଗ୍ ଜୋନରେ ସ୍ପିଡ୍ ବୋଟ୍ ଚଲାଇବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି । ମନ ଇଚ୍ଛା ବିନା ସୁରକ୍ଷାରେ କେମିତି ସ୍ପିଡ୍ ବୋଟରେ ପର୍ଯ୍ୟଟକଙ୍କୁ ବସା ଯାଉଛି?