୫୦୦ଟଙ୍କାରେ ମିଳିବ ଗ୍ୟାସ, ମନିଫେଷ୍ଟୋ ଘୋଷଣା କଲା ବିଜେପି

0

ଛତିଶଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ‘ମୋଦୀଙ୍କ ଗ୍ୟାରେଣ୍ଟି ୨୦୨୩’ ଶୀର୍ଷକ ଏହି ମନିଫେଷ୍ଟୋ ପାର୍ଟି ଦ୍ୱାରା ପ୍ରକାଶ କରାଯାଇଛି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମୁଁ ଏଠାରେ ଲୋକଙ୍କୁ ଆଶ୍ୱାସନା ଦେଉଛି ଯେ ଆସନ୍ତା ବର୍ଷ ମଧ୍ୟରେ ଆମେ ଛତିଶଗଡକୁ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ କରିବୁ ।

ଛତିଶଗଡର ଗରିବ ପରିବାରକୁ ୫୦୦ ଟଙ୍କା ପାଇଁ ଏଲପିଜି ସିଲିଣ୍ଡର ଯୋଗାଇଦେବାକୁ ବିଜେପିର ମନିଫେଷ୍ଟୋ ପ୍ରତିଶୃତି ଦେଇଛି । ବିବାହିତ ମହିଳାମାନଙ୍କୁ ବାର୍ଷିକ ୧୨,୦୦୦ ଟଙ୍କା ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ୧୦,୦୦୦ ଟଙ୍କା ସହାୟତା କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।

Leave A Reply

Your email address will not be published.