ନୂଆଦିଲ୍ଲୀ (ଆମ ଟିଭି): ଏନଡି ଟିଭିକୁ କିଣିଲେ ଗୌତମ ଅଦାନୀ । ଏଏମଜି ମେଡ଼ିଆ ନେଟୱାର୍କସ ଲିମିଟେଡ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ କିଣିଛି । ଖୁବଶୀଘ୍ର ଅଦାନୀ ଗ୍ରୁପ ପକ୍ଷରୁ ଓପନ ଅଫର ଘୋଷଣା କରାଯିବ । ଆଗକୁ ଏନଡି ଟିଭିରେ ନ୍ୟୁଜ୍ ବିତରଣ ମଜବୁତ ହୋଇପାରିବ । ଜନସାଧାରଣଙ୍କୁ ନୂଆ ଜେନେରେସନର ମେଡ଼ିଆ ପ୍ଲାଟଫର୍ମ ପ୍ରଦାନ କରାଯିବ । ଏନେଇ ସବିଶେଷ ସୂଚନା ଦେଇଛନ୍ତି ଅଦାନୀ ମେଡ଼ିଆ ଏଣ୍ଟରପ୍ରାଇଜର୍ସର ଏଡିଟର-ଇନ-ଚିଫ୍ ଆଣ୍ଡ ସିଇଓ ସଞ୍ଜୟ ପୁଗାଲିଆ ।
ଅଦାନୀ ଗ୍ରୁପ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ କିଣିଥିବା ବେଳେ ୨୬ ପ୍ରତିଶତ ଶେୟାର କିଣିବା ନେଇ ଓପନ ଅଫର ଘୋଷଣା କରିବ । ଅଦାନୀ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ ପରୋକ୍ଷ ଭାବେ ବିଶଭପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ ମାଧ୍ୟମରେ କିଣିଛି ।