ଗୌତମ ଗାମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ

0

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ତଥା ବିଜେପିର ପୂର୍ବତନ ସାଂସଦ ଗୌତମ ଗାମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ଆଇଏସଆଇଏସ କାଶ୍ମୀର ସଂଗଠନ ପକ୍ଷରୁ ଏହି ଧମକ ଦିଆଯାଇଛି। ଧମକ ମିଳିବା ପରେ ଗାମ୍ଭୀର ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିବା ସହିତ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ଗତ ୨୨ ତାରିଖରେ ଗାମ୍ଭୀରଙ୍କୁ ୨ଟି ଧମକପୂର୍ଣ୍ଣ ମେଲ୍ ମିଳିଛି। ମୁଁ ତୁମକୁ ହତ୍ୟା କରିବି ବୋଲି ଉଭୟ ମେଲ୍‌ରେ ଧମକ ଦିଆଯାଇଛି। ପୂର୍ବରୁ ମଧ୍ୟ ୨୦୨୧ ନଭେମ୍ବରରେ ଗାମ୍ଭୀରଙ୍କୁ ଅନୁରୂପ ଧମକପୂର୍ଣ୍ଣ ମେଲ୍‌ ମିଳିଥିଲା।

Leave A Reply

Your email address will not be published.