ଗାଜା ଜନସାଧାରଣଙ୍କୁ ତୁରନ୍ତ ମାନବୀୟ ସହୟତା ଯୋଗାଇଦେବା ଆବଶ୍ୟକ: ଜାତିସଂଘ ମୁଖ୍ୟ

0

ନୂଆଦିଲ୍ଲୀ(ଆମ ଟିଭି): ହମାସ-ଇସ୍ରାଏଲର ଭୟଙ୍କର ଯୁଦ୍ଧ ଜାରି । ଇସ୍ରାଏଲରୁ ଅପହରଣ କରିନେଇ ବନ୍ଧକ ରଖିଥିବା ଲୋକମାନଙ୍କୁ ବିନା ସର୍ତ୍ତରେ ତୁରନ୍ତ ମୁକ୍ତ କରିଦେବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ହମାସ୍‌କୁ ଆହ୍ବାନ ଦେଇଛନ୍ତି। ଏହା ବ୍ୟତୀତ ଗାଜା ଷ୍ଟ୍ରିପ୍‌ର ଜନସାଧାରଣଙ୍କୁ ମାନବୀୟ ସହାୟତା ତୁରନ୍ତ ପହଞ୍ଚାଇବା ଲାଗି ଅନୁମତି ଦେବାକୁ ଇସ୍ରାଏଲ୍‌କୁ ଗୁଟେରେସ୍‌ ନିବେଦନ କରିଛନ୍ତି। ଜାତିସଂଘ ମୁଖ୍ୟ କହିଛନ୍ତି, ଗାଜାରେ ପାଣି, ବିଜୁଳି ଅଭାବ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ସରିଆସିଲାଣି।

ଜାତିସଂଘର ଖାଦ୍ୟ, ଅଣଖାଦ୍ୟ ସାମଗ୍ରୀ, ଔଷଧ ଓ ଇନ୍ଧନ ଆଦି ଇଜିପ୍ଟ, ଜୋର୍ଡାନ, ଓ୍ବେଷ୍ଟବ୍ୟାଙ୍କ ଏବଂ ଇସ୍ରାଏଲ୍‌ରେ ଗଚ୍ଛିତ ରହିଛି। ଯୋଗାଣ ପାଇଁ ମଧ୍ୟ ଜାତିସଂଘ କର୍ମଚାରୀ ଓ ଏନ୍‌ଜିଓ ସହଯୋଗୀମାନେ ଉପଲବ୍ଧ ରହିଛନ୍ତି। ଏହିସବୁ ସାମଗ୍ରୀ ତୁରନ୍ତ ଗାଜା ଜନସାଧାରଣଙ୍କ ପାଇଁ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଗୁଟେରେସ୍‌ କହିଛନ୍ତି।

Leave A Reply

Your email address will not be published.