ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ?

0

ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଦୀର୍ଘ ଦିନ ହେବ ଜୋର ଧରିଛି । ବର୍ତ୍ତମାନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ଆସିବାକୁ ଥିବା ଅତିରିକ୍ତ ବଜେଟ୍ । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି କରିଛି । ଅଗଷ୍ଟ ମାସରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ଆସିପାରେ ରାଜ୍ୟର ସପ୍ଲିମେଣ୍ଟାରୀ ବଜେଟ୍ ।

କିନ୍ତୁ ନିୟମ ଅନୁସାରେ ଶୀତ ଅଧିବେଶନ ସମୟରେ ଉପସ୍ଥାପିତ ହେବା କଥା ଅତିରିକ୍ତ ବଜେଟ୍ । ତେବେ ଆଗୁଆ ନିର୍ବାଚନକୁ ଆଖି ଆଗରେ ରଖି ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି କି ସରକାର ଏ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଜୋରରେ ଚର୍ଚ୍ଚା ।

Leave A Reply

Your email address will not be published.