ଜେନେରାଲ ସୁନୀଲ ଚୌହାନଙ୍କୁ ମିଳିଲା z+

0

ନୂଆଦିଲ୍ଲୀ(ଆମ ଟିଭି):  ଦ୍ୱିତୀୟ ସିଡିଏସ୍‌ ଜେନେରାଲ ଚୌହାନଙ୍କୁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଶୁକ୍ରବାର ଜେନେରାଲ ଚୌହାନ ଦେଶର ଦ୍ୱିତୀୟ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି। ଜେନେରାଲ ଚୌହାନଙ୍କୁ ଏଣିକି ଦିଲ୍ଲୀ ପୁଲିସ୍‌ର ୩୩ ଜଣ ସଶସ୍ତ୍ର କର୍ମଚାରୀ ସୁରକ୍ଷା ଯୋଗାଇ ଦେବେ। ବାସଭବନ ସମେତ ସବୁ ସମୟରେ ତାଙ୍କୁ ଏହି ସୁରକ୍ଷା ମିଳିବ।

ସିଡିଏସ୍‌ ଜେନେରାଲ ଚୌହାନ ହେଉଛନ୍ତି ୩ ସେନାର ମୁଖ୍ୟ। ଏଥିସହ ପ୍ରତିରକ୍ଷା ବ୍ୟାପାରର ମୁଖ୍ୟ ଓ ସିଓଏସ୍‌ସିର ସ୍ଥାୟୀ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ପାଇଛନ୍ତି।

Leave A Reply

Your email address will not be published.