ସୁନା ଖଣିର ଅନୁସନ୍ଧାନ କରୁଛି ଭୂ-ବୈଜ୍ଞାନିକ ସଂସ୍ଥା, ବୈଷୟିକ କମିଟିର ସୁପାରିସ କ୍ରମେ ନିଆଯିବ ପଦକ୍ଷେପ

0

ଭୁବନେଶ୍ବର (ଆମ ଟିଭି) : କେନ୍ଦୁଝର ଏବଂ ଦେବଗଡ଼ ଜିଲ୍ଲାରେ ମିଳିଲା ସୁନା ଖଣିର ସନ୍ଧାନ। ଦେବଗଡ଼ ଜିଲ୍ଲାର ରାମପଲୀ ଓ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ଖଣି ମନ୍ତ୍ରୀ ବିଭୂତି ଜେନା ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି।

ବିଧାନସଭାରେ ବିଧାୟକ ଅଶ୍ବିନୀ ପାତ୍ର ଏବଂ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ଆଡାସ-ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି। କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିଛି। ଏହି ସବୁ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଚୁଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.