କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଜର୍ମାନୀ

0

ଭୁବନେଶ୍ୱର (ଆମ ଟିଭି): ଆଜି ହକି ବିଶ୍ୱକପର ଥିଲା ଦ୍ୱିତୀୟ କ୍ରସ ଓଭର ମ୍ୟାଚ୍ । ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ଜର୍ମାନୀ । ୫-୧ ଗୋଲରେ ଫ୍ରାନ୍ସ ଠାରୁ ବିଜୟ ହାସଲ କରିନେଇଛି ଜର୍ମାନୀ । ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ ଆରମ୍ଭ ହେବ କ୍ରସ ଓଭର ଟକ୍କର । ଆଜି ସରୁଛି କ୍ରସ ଓଭର ରାଉଣ୍ଡ । କାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା ।

ଗତକାଲି ସରିଛି ଦୁଇଟି କ୍ରସ୍ ଓଭ ମ୍ୟାଚ୍ । ପ୍ରଥମ ମ୍ୟାଚରେ ମାଲେସିଆକୁ ସ୍ପେନ ସୁଟଆଉଟରେ ହରାଇ କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠୁ ପେନାଲ୍ଟି ସୁଟଆଉଟରେ ପରାଜିତ ହୋଇ ବିଶ୍ୱକପ୍ ଅଭିଯାନ ଶେଷ କରିଥିଲା ।

Leave A Reply

Your email address will not be published.