ମୁକ୍ତିଲାଭ କଲା ‘ଘମାଘୋଟ’,୪୫ଟି ହଲ୍ ହାଉସଫୁଲ୍, ଭିତରେ ଯେତିକି ଦର୍ଶକ ବାହାରେ ତା’ଠୁ ଅଧିକ, ଯାହା ଓଲିଉଡ଼ରେ ଆଗରୁ ଦେଖିବାକୁ ମିଳିନଥିଲା*
କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଭୁବନେଶ୍ୱର ମହାରାଜା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଥିଲା l ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଉପଭୋଗ କରିଥିଲେ l ଅନେକ ଦର୍ଶକ ଏହି ଚଳଚ୍ଚିତ୍ର ଦେଖିବାକୁ ବହୁ ଦିନରୁ ଅପେକ୍ଷାରେ ଥିଲେ ତେଣୁ ଫିଲ୍ମ ଶେଷରେ ଅନେକ ପ୍ରଶଂସା କରିବା ସହିତ ନିଜ ନିଜ ମତ ରଖିଥିଲେ l
ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ । ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ ଦେଇଛି l ତେଣୁ ଏହି ଧାରାରେ ନିର୍ମିତ ହୋଇଛି ଘମାଘୋଟ । ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ଅଛନ୍ତି ଅନେକ ଷ୍ଟାରକାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି । ଏହି ଫିଲ୍ମରେ ୫ଶହ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଘମାଘୋଟ l ଯାହାକି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପ୍ରଥମ l ଘମାଘୋଟ ଓଲିଉଡ଼ ର ପ୍ରଥମ ଚଳଚ୍ଚିତ୍ର ଯାହାକୁ ମାଲାୟଲାମ ଭାଷାରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତାବ ଆସିଛି l ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା , ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏଇମନ ପ୍ରଧାନ , ବିଭାସ ଓ ନବାଗତା ଜୟଶ୍ରୀ ଷଡ଼ଙ୍ଗୀ ରହିଛନ୍ତି । ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୁର୍ଯ୍ୟଜୀତ୍ ।
ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି l ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l