ଭୁବନେଶ୍ୱର (ଆମ ଟିଭି): ଗୀତା ସ୍ଵୟଂଶାସିତ ବୈଷୟିକ ମହାବିଦ୍ୟାଳୟ, ଭୁବନେଶ୍ବରରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବନ ମହୋତ୍ସବ ପାଳନ କରାଯାଇଛି । ଓଡିଶା ଏନ୍ଭରମେଣ୍ଟ ସୋସାଇଟି ଓ ଗୀତାର ଏନ. ଏସ. ଏସ. ବିଭାଗର ମିଳିତ ଆନୁକୂଲ୍ୟରେ ପାଳିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହିତ ଜଳବାୟୁ ପରିବର୍ତ୍ତନ, ପରିବେଶ ଓ ପ୍ରଯୁକ୍ତି ବିଦ୍ୟାର ସହାବସ୍ଥାନ ସମ୍ବନ୍ଧୀୟ ସମ୍ପାନ ଏବଂ କ୍ଲିଜ, ବିତର୍କ ଓ ଆଲୋଚନା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଗୀତାର ଅଧ୍ୟକ୍ଷ ପ୍ର.ଡଃ. ମନ୍ମଥ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓ.ଇ.ଏସ୍. ର ସଭାପତି ଡଃ. ସୁନ୍ଦର ନାରାୟଣ ପାତ୍ର, ଉପ-ସଭାପତି ଡଃ. ଲାଲା ଏ.କେ. ସିଂ, ସମ୍ପାଦକ ଡଃ. ଜେ.କେ. ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଇଂ ମନୋରଂଜନ ମିଶ୍ର , ଡିନ୍ ପ୍ରଶାସନ ଡଃ. ପି.କେ. ରାଉତରାୟ, IQAC ସେଲର ଅଧ୍ୟକ୍ଷ ପ୍ରଫେସର ଏନ୍.ପି. ପାତ୍ରୋ, ଗବେଷଣା ବିଭାଗର ମୁଖ୍ୟ ଡଃ. ବି.ପି. ମିଶ୍ର , ଡିନ୍ ଏକାଡେମିକ୍ସ ଡଃ. କିଶୋର କୁମାର ମିଶ୍ର, ପ୍ରଫେସର ସୂର୍ଯ୍ୟନାରାୟଣ ମହାନ୍ତି, ସ୍ଥାୟୀ ସଦସ୍ୟା ତଥା କବି ସ୍ବପ୍ନା ବେହେରା ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।
ଗୀତା ଏନ,ଏସ୍.ଏସ୍. ବିଭାଗର ମୁଖ୍ୟ ଡଃ. ଶରତ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ୫୦୦ ସଂଖ୍ୟକ ଚାରାରୋପଣ କରାଯାଇଥିଲା । ଏହି ଉତ୍ସବରେ ଗୀତାର ଛାତ୍ରଛାତ୍ରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇ ବୃକ୍ଷରୋପଣ ଏବଂ ବୃକ୍ଷର ଯତ୍ନ ନିମନ୍ତେ ସଂକଳ୍ପ ନେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଗୀତାର ଚେୟାରମ୍ୟାନ ଡଃ. ସତ୍ୟପ୍ରକାଶ ପଣ୍ଡା, ସେକ୍ରେଟାରୀ ଡଃ. ଚନ୍ଦ୍ରଧ୍ବଜ ପଣ୍ଡା, ଭାଇସ ଚେୟାରମ୍ୟାନ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ଡା ଭୁୟସୀ ପ୍ରଶଂସା କରିଛନ୍ତି ।