ଦୁର୍ଗାପୂଜା ରାଲି ପାଇଁ ଅନୁମତି ଦିଅ: ଶିବସେନା

0

ମୁମ୍ବାଇ (ଆମ ଟିଭି): ମହାରାଷ୍ଟରେ ରାଜନୈତିକ ସଙ୍କଟ ଥମିବାରେ ନାଁ ନେଉନାହିଁ । ଶିବସେନା ମୁଖ୍ୟ ଉଦ୍ଧବ ଙ୍କରେଙ୍କ ହାତରୁ କ୍ଷମତା ଯିବା ପରେ, ତାଙ୍କୁ ବାରମ୍ବାର ଟାର୍ଗଟ କରାଯାଉଛି । ଏହାରି ଭିତରେ ପୁଣି ହାଇକୋର୍ଟ ଯାଇଛି ଶିବସେନା। ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବମ୍ବେ ହାକୋର୍ଟରେ ଦ୍ୱାରସ୍ଥ ହୋଇଛି। କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା ଲାଗି ଅନୁମତି ଦେବାକୁ ଦାବି କରି ଶିବସେନା ହାଇକୋର୍ଟରେ ଅପିଲ କରିଛି। ଏହି ପାର୍କରେ ଶିବସେନା ପ୍ରତିବର୍ଷ ବାର୍ଷିକ ଦଶହରା ଶୋଭାଯାତ୍ରା ପାଳନ କରି ଆସୁଛି। ଶିବସେନା ପକ୍ଷରୁ ସଚିବ ଅନିଲ ଦେଶାଇ ଆବେଦନ କରିଛନ୍ତି। ସେଥିରେ କୁହାଯାଛି ଯେ, ଦଶହରା ଶୋଭାଯାତ୍ରା ଲାଗି ଦଳ ପକ୍ଷରୁ ମୁମ୍ବାଇ ସିଭିକ ବଡି(ପୌର କର୍ତ୍ତୃପକ୍ଷ)ଙ୍କ ନିକଟରେ ଆବେଦନ କରିଛି। କିନ୍ତୁ ପୌର କର୍ତ୍ତୃପକ୍ଷ ଏପପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଅନ୍ୟପକ୍ଷରେ ପୂଜା ପାଖେଇ ଆସୁଥିବାରୁ ଦଳ ପକ୍ଷରୁ ମଧ୍ୟରୁ ପ୍ରସ୍ତୁତି ଆଗେଇ ପାରୁନି।

ଗତ ଅଗଷ୍ଟରେ ଏହି ଆବେଦନ କରାଯାଇଥିଲା। ବ୍ରିହାନ ମୁମ୍ବାଇ କର୍ପୋରେଶନକକୁ ତୁରନ୍ତ ଅନୁମତି ମଞ୍ଜୁର କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି। ଜଷ୍ଟିସ ଆରଡି ଧନୁକାଙ୍କ ଇଜଲାସରେ ଏହି ଆବେଦନ କରାଯାଇଛି। ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଅପିଲ କରାଯାଇଥିବା ବେଳେ ଆସନ୍ତା ଗୁରୁବାର ଶୁଣାଣି ଲାଗି ରାଜି ହୋଇଛନ୍ତି କୋର୍ଟ। ସେନା ପକ୍ଷରୁ ଆଡଭୋକେଟ ଜୋଏଲ କାରଲୋସ୍ ମାମଲା ପରିଚାଳନା କରୁଛନ୍ତି। ୧୯୬୬ରୁ ମୁମ୍ବାଇ ଶିବାଜୀ ପାର୍କରେ ସେନା ପକ୍ଷରୁ ପ୍ରତିବର୍ଷ ଦଶହରା ଶୋଭାଯାତ୍ରା ପାଳନ କରାଯାଇ ଆସୁଛି। ପ୍ରତିବର୍ଷ ପୌର ସଂସ୍ଥା ଏଥିପାଇଁ ଅନୁମତି ଦେଇ ଥାଏ। ଗତ ଜୁନ୍ ମାସରେ ଉଦ୍ଧବଠାକରେଙ୍କ ନେତୃତ୍ୱାଧୀନ ଶିବସେନା, ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ମିଳିତ ସରକାରର ପତନ ହୋଇଥିଲା।

Leave A Reply

Your email address will not be published.