କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିକୋର୍ଟ ,ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ୨୦୧୬ ନୋଟବନ୍ଦୀର ସାମ୍ବିଧାନିକ ବୈଧତା ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଆଉ ଏହି ପ୍ରଶ୍ନ ହେଉଛି, ସୁପ୍ରିମକୋର୍ଟଙ୍କୁ ଭବିଷ୍ୟତ ପାଇଁ କୌଣସି ଆଇନ୍ ପ୍ରଣୟନ କରିବାକୁ ପଡିବ ନାହିଁ କି? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ ଅନୁସାରେ ନୋଟବନ୍ଦୀ କରାଯାଇପାରିବ କି? ନୋଟବନ୍ଦୀ ପାଇଁ ଅଲଗା ଆଇନ୍ ଅଣାଯିବା ଜରୁରୀ କି ନୁହେଁ ? ଏଥିସହ ଯେଉଁଭଳି ଭାବେ ନୋଟବନ୍ଦୀ କରାଯାଇଥିଲା, ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଖଣ୍ଡପୀଠର ନେତୃତ୍ୱ ନେଉଥିବା ଜଷ୍ଟିସ ନଜିର ପ୍ରଶ୍ନ କରିଥିଲେ, ଏବେ ଏହି ମାମଲାରେ ଆଉ କିଛି ରହିଛି କି? ସେହିପରି ଜଷ୍ଟିସ ଗବଇ କହିଥିଲେ, ଯଦି ଏହି ମାମଲାରେ କିଛି ନାହିଁଁ ତେବେ ଆମେ କାହିଁକି ଆଗକୁ ବଢିବା? ମାମଲାରେ କିଛି ଏକାଡେମିକ ପ୍ରସଙ୍ଗକୁ ଛାଡିଦେଲେ କିଛି ଗୁରୁତ୍ୱପୂର୍ଣ୍ଣ ନଥିବାରୁ ୫ ଜଣିଆ ଖଣ୍ଡପୀଠ ବସିବା ଜରୁରୀ ନୁହେଁ ବୋଲି ବିଚାରପତି କହିଥିଲେ।