ୟୁପିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମ୍ମିଳନୀ ୨୦୨୩ ଉଥଟନ

0

ଲ‌କ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲ‌କ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍‌ଘାଟନ କରିଛନ୍ତି। ଏହି ୩ଦିନିଆ ଉତ୍ସବରେ ଅନେକ ମନ୍ତ୍ରୀରୁ ନେଇ ବହୁ ଅଗ୍ରଣୀ ଶିଳ୍ପପତି ପର୍ଯ୍ୟନ୍ତ ଯୋଗ ଦେଇପାରନ୍ତି। ୟୁପି ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଦେଶ୍ୟ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରୁ ପଲିସି ମେକର ବା ନୀତି ନିର୍ଣ୍ଣୟକାରୀ, ଶିଳ୍ପପତି, ଶିକ୍ଷାବିତ୍‌ ଓ ଚିନ୍ତାନାୟକମାନଙ୍କୁ ଏକତ୍ର କରି ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବା।

ଆସନ୍ତା ୫ ବର୍ଷ ମଧ୍ୟରେ ୟୁପି ଟ୍ରିଲିୟନ୍‌ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ଦେଖିଥିବା ବେଳେ ଏହି ସମ୍ମିଳନୀରେ ୨୫ ଲକ୍ଷ କୋଟି ଟଙ୍କାର ଏକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି।

Leave A Reply

Your email address will not be published.