ଗଡସେ ଫିଲ୍ମକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି, ଅୱେସି
ହାଇଦ୍ରାବାଦ: ୨୦୦୨ ଗୁଜରାଟ ଦଙ୍ଗା ସଂକ୍ରାନ୍ତ ‘ବିବିସି’ ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବ୍ଲକ୍ କରିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ‘ଏଆଇଏମ୍ଆଇଏମ୍’ର ମୁଖ୍ୟ ଅସାଦୁଦ୍ଦିନ୍ ଅୱେସି ପଚାରିଛନ୍ତି, ମୁକ୍ତିଲାଭ କରିବାକୁ ଥିବା ମହାତ୍ମାଗାନ୍ଧୀଙ୍କ ଆତତାୟୀ ଗଡ଼ସେଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରକୁ କ’ଣ ପ୍ରଧାନମନ୍ତ୍ରୀ ‘ବ୍ଲକ୍’ କରିବେ?
ହାଇଦ୍ରାବାଦର ଲୋକସଭା ସାଂସଦ ଅୱେସି କହିଛନ୍ତି, ବ୍ରିଟିସ୍ ଆଇନ ଦର୍ଶାଇ ମୋଦୀ ସରକାର ଭାରତରେ ‘ଟୁଇଟର୍’ ଏବଂ ‘ୟୁଟ୍ୟୁବ୍’ରେ ‘ବିବିସି’ ସାକ୍ଷାତ୍କାର ନିଷିଦ୍ଧ କରିଛନ୍ତି। ଆମେ ମୋଦୀଙ୍କୁ ପଚାରୁଛୁ, ଗୁଜରାଟ ଦଙ୍ଗାରେ କିଏ କ’ଣ ମହାଶୂନ୍ୟ ଅବା ଆକାଶରୁ ଖସି ଲୋକଙ୍କୁ ହତ୍ୟା କଲା?
ଶାସକ ଦଳର ନେତାମାନଙ୍କୁ ସେ ଆହୁରି ମଧ୍ୟ ପଚାରିଛନ୍ତି, ‘ବିଜେପି’ ଉକ୍ତ କାର୍ଯ୍ୟକ୍ରମ ଉପରେ ନିଷେଧଜ୍ଞା ଜାରି କରିଛି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ବିଜେପି’ ନେତାମାନଙ୍କୁ ପଚାରୁଛି, ଗାନ୍ଧୀଙ୍କୁ ହତ୍ୟା କରିଥିବା ଗଡ଼ସେଙ୍କ ଉପରେ ଆପଣମାନଙ୍କର ମତ କ’ଣ? ଏବେ ଗଡ଼ସେଙ୍କ ଉପରେ ଗୋଟାଏ ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପ୍ରଧାନମନ୍ତ୍ରୀ କ’ଣ ଗଡ଼ସେଙ୍କ ଉପରେ ପର୍ଯ୍ୟବେଶିତ ଉକ୍ତ ଚଳଚ୍ଚିତ୍ର ନିଷେଧ କରିବେ? ଗଡ଼ସେଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ନିଷେଧ କରିବା ଲାଗି ମୁଁ ‘ବିଜେପି’କୁ ଆହ୍ବାନ୍ କରୁଛି।