ଚାଲିଗଲା ନନ୍ଦନକାନନର ଧଳା ବାଘୁଣୀ “ବିଜୟା’
ଭୁବନେଶ୍ୱର (ଆମ ଟିଭି): ଚାଲିଗଲା ବିଜୟା । ନନ୍ଦନକାନନରେ ବିଜୟା ବାଘୁଣୀର ମୃତ୍ୟୁ ଘଟିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ବର୍ଷ ବିଜୟା ଧଳା ବାଘୁଣୀର ମୃତ୍ୟୁ ହୋଇଛି । ଗତ ୧୧ରୁ ବାଘୁଣୀ ଅସୁସ୍ଥ ହୋଇ ଖାଇବା ପିଇବା ବନ୍ଦ କରିଦେଇଥିଲା ବାଘୁଣୀ । ବାଘ ସଫାରୀରୁ ତାକୁ କ୍ୱାରେନଟାଇନ କକ୍ଷକୁ ଆଣି ଚିକିତ୍ସା କରାଯାଉଥିଲା । ତାକୁ ଆଂଟିବାୟୋଟିକ୍ ଓ ଆଂଟିଟ୍ରେସ୍ ଦେଇ ଚିକିତ୍ସା କରାଯାଇଥିଲା ।
ତେବେ ତାର ଅବସ୍ଥାରେ ସୁଧାର ଆସି ସେ ଖାଇବାପିଇବା କରିବାରୁ ତାକୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା । ହେଲେ ସେଠାରେ ଆଜି ଶନିବାର ତାର ମୃତ୍ୟୁ ହୋଇଯାଇଛି । ବିଜୟା ଧଳା ବାଘୁଣୀର ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି । ବିଜୟ ଗତ ୨୦୧୦ ମାର୍ଚ୍ଚ ୧ତାରିଖରେ ସର୍ବାଧିକ ୨୨ବର୍ଷ ବଂଚିଥିବା ଧଳା ବାଘୁଣୀ କୁସୁମ ଗର୍ଭରୁ ଜନ୍ମ ନେଇଥିଲା ।