ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

0

ନୂଆଦିଲ୍ଲୀ(ଆମ ଟିଭି): ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଜାନୁଆରୀ ୧, ୨୦୨୪ ଠାରୁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ହାର ଆଧାରରେ ଚାରି ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଭତ୍ତା ବୃଦ୍ଧିରେ ୪.୭୧ ଲକ୍ଷ କର୍ମଚାରୀ ଏବଂ ଗୁଜରାଟର ପ୍ରାୟ ୪.୭୩ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ। ଜାନୁଆରୀ ୧, ୨୦୨୪ରୁ ଜୁନ ୩୦, ୨୦୨୪ ପର୍ଯ୍ୟନ୍ତ ଛଅ ମାସ ପାଇଁ ମହଙ୍ଗା ବକେୟା ଦରମା ସହିତ ତିନୋଟି କିସ୍ତିରେ ଦିଆଯିବ। କର୍ମଚାରୀଙ୍କ ଏହି ଦେୟ ସମାଧାନ ପାଇଁ ରାଜ୍ୟ ସରକାର ମୋଟ ୧୧୨୯.୫୧ କୋଟି ଟଙ୍କା ବଣ୍ଟନ କରିବେ।

Leave A Reply

Your email address will not be published.