ନୂଆଦିଲ୍ଲୀ(ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫସିଯାଇଥିଲେ ମେଡିକାଲ ପଢୁଥିବା ଛାତ୍ରଛାତ୍ରୀ । ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ର ଏବେ ଭାରତରେ ଦେଇପାରିବେ ପରୀକ୍ଷା । ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ୟୁକ୍ରେନରୁ ପଳାଇ ଆସିଥିବା ଭାରତୀୟ ମେଡିକାଲ ଛାତ୍ର ଏବେ ସେମାନଙ୍କ ଶେଷ ପରୀକ୍ଷାକୁ ନେଇ ଦ୍ୱନ୍ଦ ରହିଥିବା ବେଳେ ଏନେଇ ୟୁକ୍ରେନ ପକ୍ଷରୁ ସଷ୍ଟ କରିଦିଯାଇଛି ।
ଭାରତ ଗସ୍ତରେ ଆସିଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଏମିନୋ ଝାପାରୋଭା ଏନେଇ ସୂଚନା ଦେଇଛନ୍ତି । ନିଜ ଦେଶରେ ଛାତ୍ରଙ୍କୁ ୟୁନାଇଟେଡ ଷ୍ଟେଟ୍ କ୍ୱାଲିଫିକେସନ୍ ଏକଜାମ୍ ଦେବା ପାଇଁ ୟୁକ୍ରେନ ଅନୁମତି ଦେବ । ଏହା ଦ୍ୱାରା ୧୪ ହଜାର ଭାରତୀୟ ଛାତ୍ର ଉପକୃତ ହୋଇପାରିବେ ।