ଟୁଇଟର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଏଣିକି ଟୁଇଟରେ ମିଳିବ ଏଡିଟ୍ ସୁବିଧା
ନୂଆଦିଲ୍ଲୀ (ଆମ ଟିଭି): ଆପଣ ଟୁଇଟର ବ୍ୟବହାର କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଟୁଇଟରେ ଥରେ ଆପଣ ପୋଷ୍ଟ କଲେ, ତାହା ଆପଣ ଏଡ଼ିଟ୍ କରିପାରିବେ ନାହିଁ । ଫେସ୍ବୁକ୍ ଓ ଇନ୍ଷ୍ଟଗ୍ରାମ ଭଳି ଟ୍ୱିଟରରେ କିନ୍ତୁ ଏଡିଟ୍ ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରିବାକୁ ପଡ଼େ। ଏଥିପାଇଁ ଅନେକ ସମୟରେ ଟ୍ୱିଟରରେ ଏଡିଟ୍ ବଟନ ଆଣିବାକୁ ଦାବି ହୋଇ ଆସୁଛି। ୟୁଜରଙ୍କ ଦାବିକୁ ଦେଖି ଟ୍ୱିଟର ଏବେ ଏଡିଟ୍ ପିକଳ୍ପ ଆଣିବାକୁ ଯାଉଛି। ହେଲେ ଏହା କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ହେବ ଓ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଉଛି।
ଏଡିଟ୍ ବଟନ ନେଇ ପରୀକ୍ଷଣ କରାଯାଉଥିବା ଟ୍ୱିଟର ସୂଚନା ଦେଇଛି। ଏନେଇ କମ୍ପାନୀ କହିଛି ଯେ ଏଡିଟେଡ୍ ବଟନ ପରୀକ୍ଷଣ କରୁଥିବାରୁ ଆପଣ ହୁଏତ ଏଡିଟେଡ୍ ଟ୍ୱିଟ୍ ଦେଖିପାରନ୍ତି। ତେବେ ଏହି ଏଡିଟ୍ ବଟନ କେବଳ ସେମାନଙ୍କ ପାଇଁ ରହିବ ଯେଉଁମାନେ ଏଥିପାଇଁ ମୂଲ୍ୟ ଦେବାକୁ ରାଜି ହେବେ। ଏହାର ଅର୍ଥ ହେଲା ଟ୍ୱିଟରରେ ଏଡିଟ୍ ଅପସନ ଅନ୍ୟ ସୋସିଆଲ୍ ମିଡିଆ ଭଳି ମାଗଣ ହେବ ନାହିଁ। ଏଥିପାଇଁ ପଇଶା ଦେବାକୁ ପଡିବ।