ଚୌଦ୍ୱାର ଜେଲ ଗଲା ଗୋପାଳ

0

ଝାରସୁଗୁଡ଼ା(ଆମ ଟିଭି): ନବ ଦାସଙ୍କ ହତ୍ୟା ଘଟଣାରେ ଏବେ ବଡ଼ ଖବର ଆସିଛି । ଗୋପାଳକୁ ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ପଠାଇଦିଆଯାଇଛି । କୋର୍ଟଙ୍କ ଅନୁମତି ପରେ ଝାରସୁଗୁଡା ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଉଛି । ସୁରକ୍ଷାଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୌର୍ଟ ଅନୁମତି ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ ବିଭାଗ ଆବେଦନ କରିଥିଲା ।

ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୭ ଦିନ ହେଲା । କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି । ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ । ଅନ୍ୟପଟେ କ୍ରାଇମବ୍ରାଂଚ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ନେଇନଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.