ଜାନୁଆରୀ ୨୫ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

0

ଗୋପାଳପୁର(ଆମ ଟିଭି): ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଗୋପାଳପୁର ବେଳାଭୂମିରେ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ଠାରୁ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୁମି ମହୋତ୍ସବ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଇଛି। ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବା ସହ ୩୦୦ ଷ୍ଟଲର ବ୍ୟବସ୍ଥା ମଧ୍ୟ କରାଯାଇଛି। ମିଶନ ଶକ୍ତିର ମହିଳାମାନେ ହସ୍ତତନ୍ତ କଳାକୃତି ଓ ଅନ୍ୟାନ୍ୟ ପ୍ରସ୍ତୁତି ସାମଗ୍ରୀ ବିକ୍ରିବଟା କରିବା ପାଇଁ ବ୍ୟବସ୍ଥା ହୋଇଛି। ଗହଳିକୁ ଦୃଷ୍ଟିରେ ରଖି ଶୌଚାଳୟ ବ୍ୟବସ୍ଥା, ଅଲୋକୀକରଣ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ପ୍ରାର୍କିଙ୍ଗ ବ୍ୟବସ୍ଥା, ଦର୍ଶକ ମାନଙ୍କ ପାଇଁ ସିଟିଙ୍ଗ ବ୍ୟବସ୍ଥା ଆଦି ଉପରେ ଆଲୋଚନା କରାଯାଇଛି।

ତଦାରଖ ବେଳେ ଜିଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତି ଭାଷନ୍ , ବ୍ରହ୍ମପୁର ଉପ ଜିଲାପାଳ ଆଶୁତୋଷ କୁଲକର୍ଣି, ଗୋପାଳପୁର ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଛତ୍ରପୁର ବିଡ଼ିଓ, ଛତ୍ରପୁର ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ସମ୍ବିଦ୍ ସଂଗ୍ରକ୍ଷମଜିତ୍ ସାହୁ, ଓର୍ମାସ ର ଅଧିକାରୀ, ଇଭେଣ୍ଟ ମ୍ୟାନେଜମେଣ୍ଟର ଅଖେନ୍ଦୁ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ଏବିଡ ଓ ତ୍ରିପତି ବାଲାଜୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.