ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ ୩୦ ଦିନିଆ ଛୁଟି ନେଇପାରିବେ ସରକାରୀ କର୍ମଚାରୀ

0

ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଛୁଟି ନେଇପାରିବେ। କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ବୃଦ୍ଧ ମାତାପିତାଙ୍କ ଯତ୍ନ ପାଇଁ କର୍ମଚାରୀ ଛୁଟି ପାଇବାର ବ୍ୟବସ୍ଥା ରହିଛି କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, କେନ୍ଦ୍ରୀୟ ସିଭିଲ ସର୍ଭିସେସ୍‌ (ଲିଭ୍‌) ରୁଲ୍‌, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀ ୩୦ ଦିନିଆ ଅର୍ନଡ୍‌ ଲିଭ୍‌ ପାଇପାରିବେ, ଯେଉଁଥିରେ ସେମାନେ ବୃଦ୍ଧ ମାତାପିତାଙ୍କ ଯତ୍ନନେବା ପରି ଅନେକ ବ୍ୟକ୍ତିଗତ କାର୍ଯ୍ୟ କରିପାରିବେ। କର୍ମଚାରୀଙ୍କୁ ୨୦ ଦିନର ଅଧା ବେତନ ଛୁଟି ଏବଂ ୮ ଦିନର ଆକସ୍ମିକ ଛୁଟି ସୁବିଧା ମିଳୁଥିବା ସେ କହିଛନ୍ତି।

Leave A Reply

Your email address will not be published.