ବନ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି । ଯେଉଁଠି ଦେଖିବ ଖାଲି ପାଣି ଆଉ ପାଣି । ଏହା ପାଇଁ ସଜାର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଆଗାମୀ ୭ ଦିନ ପାଇଁ ସମସ୍ତ ସରକାରୀ କର୍ମଚାର ମାନଙ୍କର ଛୁଟି ବାତିଲ କରାଯାଇଛି । ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ ରାଜ୍ୟରେ ଉପର ମୁଣ୍ଡ ଓତଳ ମୁଣ୍ଡରେ ବର୍ଷ ଯୋଗୁ ଜଳସ୍ତର ବୃଦ୍ଧି ପାଉଛି । ଆଗକୁ ପୁଣି ଏକ ଲଘୁଚାପ ରହିଛି । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ ବନ୍ୟା ସମୀକ୍ଷା କରିଛନ୍ତି ।
ଏହା ସହିତ ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ ଘଊଜୠ, ଙଊଜଇୠ ଓ ୠସକ୍ସର ଝରକ୍ସଙ୍ଖସମର ଟଦ୍ଭସଗ୍ଧ ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ୟ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ହସ୍ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାରେ ଯେପରି କୌଣସି ବି ଗୋଟିଏ ଜୀବନ ନ ଯାଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।