ଯଥେଷ୍ଟ ଧାନ କିଣି ସାରିଲେଣି ସରକାର ; ଆଗକୁ ଆହୁରି କିଣା ହେବ : ଯୋଗାଣ ମନ୍ତ୍ରୀ

0

ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ ଟନ ଧାନ କିଣିଲେଣି ସରକାର । ୪ ଲକ୍ଷ ୯୯ ହଜାର ୭୭୮ ଚାଷୀଙ୍କ ଚାଷୀ ପାଇଲେଣୀ ଧାନର ମୂଲ୍ୟ। ୧୯୦୪କୋଟି ଟଙ୍କାର ଇନପୁଟ ସବସିଡି ସହମୋଟ ୭୩୭୯ କୋଟି ଚାଷୀଙ୍କୁ ଧାନର ମୂଲ୍ୟ ଦେଇ ସାରିଛନ୍ତି ସରକାର । ଏହା ସହ ଯୋଗାଣ ଅଧିକାରୀଙ୍କ ମନ୍ତ୍ରୀଙ୍କ ଚେତାବନୀ । ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି । ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ । ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି,  ଏବେ ଆନାଲାଇଜର ମେସିନ କମ ଅଛି ଆମେ ଆଗକୁ ଅଧିକ ମେସିନ ଆଣିବୁ, ଅଧିକରୁ ଅଧିକ ଧାନ କିଣାହେବ ।

Leave A Reply

Your email address will not be published.