ଭୁବନେଶ୍ବର (ଆମ ଟିଭି): ବଦଳିବ ସରକାରୀ ସ୍କୁଲର ରଙ୍ଗ। ସରକାରୀ କୋଠାର ରଙ୍ଗ ନୀଳରୁ ଗେରୁଆ ହେବ। ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ। ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ ଏଣିକି ସରକାରୀ ସ୍କୁଲ କୋଠାଗୁଡ଼ିକର ରଙ୍ଗ ବଦଳିବ।
ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ।ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ପୂର୍ବରୁ ସ୍କୁଲ୍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା।