ଗଣଦୁଷ୍କର୍ମ ମାମଲାରେ ସରକାର ଉଚିତ ପଦକ୍ଷେପ ନେବେ, ମହିଳାଙ୍କୁ ତ୍ବରିତ ନ୍ୟାୟ ମିଳିବ :ଆଇନମନ୍ତ୍ରୀ
ଭୁବନେଶ୍ବର ଧଉଳିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ତନାଘନା ତଦନ୍ତ । ଫେରାର ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଗିଛନ୍ତି, ଧଉଳି ଘଟଣାରେ ସରକାର ଉଚିତ ପଦକ୍ଷେପ ନେବେ । ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବିଷୟରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ପୃଥ୍ବୀରାଜ।