ଭୁବନେଶ୍ୱର (ଆମ ଟିଭି): ସରକାରଙ୍କ ଅଜବ ନୀତିକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ । ଆନ୍ଦୋଳନରେ ସାମିଲ ଥିବା ଶିକ୍ଷକଙ୍କ ଅନୁପସ୍ଥିତିକୁ ଛୁଟି ବୋଲି ଗଣନା କରାଯିବ । ସମୂହ ଅନୁପସ୍ଥିତିକୁ ଛୁଟିରେ ଗଣନା କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ପାର୍ଟ ଟାଇମ୍ ଇନଷ୍ଟ୍ରକଟର ଥିବା କଳା ଓ କ୍ରୀଡା ଶିକ୍ଷକଙ୍କ କ୍ଲାସ ଗୁଡିକୁ ଆସନ୍ତା ମାସ ଗୁଡ଼କରେ ଭରଣା କରିବାକୁ ପରାମର୍ଶ ଦିଆଯାଇଛି ।
ଗତ ସେପ୍ଟେମର ୮ରୁ ୧୮ ତାରିଖ ପର୍ୟ୍ୟନ୍ତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଥିଲେ । ପାଠ ପଢାଇନଥିଲେ କି ସ୍କୁଲ ମଧ୍ୟ ଯାଇନଥିଲେ । ଯାହା ଫଳରେ ପିଲାଙ୍କ ପାଠ ପଢା ମଧ୍ୟ ପ୍ରଭାବିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ ଶିକ୍ଷକଙ୍କୁ ନାଲି ଆଖି ଦେଖାଯାଇଥିଲା । ଯେତେଦିନ ଶିକ୍ଷକମାନେ ଛୁଟିରେ ରହିବେ, ତାହାକୁ ପରବର୍ତ୍ତୀ ଶିକ୍ଷାବର୍ଷରେ ଗଣାନା କରାଯିବ ବୋଲି କୁହାଯାଇଥିଲା । ଏହା ପରେ ବି ଶିକ୍ଷକମାନେ ଆନ୍ଦୋଳନରୁ ହଟିନଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଆଲୋଚନା ପରେ ଶିକ୍ଷକସଂଘ ମାନେ ଆନ୍ଦୋଳନ ସ୍ଥଗିତ ରଖିବା ସହ ସ୍କୁଲକୁ ଫେରିଛନ୍ତି ।