ପଞ୍ଜାବ (ଆମ ଟିଭି): ସାରା ଦେଶରେ ଟମାଟୋ ଦର ବଢିବାରେ ଲାଗିଛି । ଏହାରି ଭିତରେ ଚମାଟୋ ଦର ବୃଦ୍ଧିକୁ ନେଇ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଚଣ୍ଡୀଗଡ଼ରେ ଟମାଟୋ ଦର ଖୁବ୍ ମହଙ୍ଗା ହେବାରୁ ପଞ୍ଜାବ ରାଜ୍ୟପାଳଙ୍କ ଭୋଜନ ତାଲିକାରୁ ଟମାଟୋ ବ୍ୟଞ୍ଜନ ହଟାଇ ଦିଆଯାଇଥିବା କଥା ରାଜଭବନରୁ ଜାରି ବିବୃତିରେ କୁହାଯାଇଛି ।
ସୂଚନାଯୋଗ୍ୟ, ଚଣ୍ଡୀଗଡ଼ରେ କିଲୋପିଛା ୨୦୦ ଟଙ୍କା ହୋଇ ଟମାଟୋ ଦୁର୍ମୂଲ୍ୟ ହୋଇଯାଇଛି। ତେଣୁ, ସାମୟିକ ଭାବେ ଟମାଟୋ ପରିବର୍ତ୍ତେ ବ୍ୟଞ୍ଜନ ବା ତରକାରିରେ ଅନ୍ୟ କିଛି ପକାଇବାକୁ ରାଜ୍ୟପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏମିତି କରିବାଦ୍ବାରା ଟମାଟୋ ଦର ନିୟନ୍ତ୍ରଣରେ ରହିବ। ରାଜଭବନରୁ ଜାରି କରାଯାଇଥିବା ବିବୃତି ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ମୁଖ୍ୟ ଭାବେ କାର୍ୟ୍ୟ ତୁଲାଉଥିବା ପଞ୍ଜାବର ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ସାମୟିକ ଭାବେ ଟମାଟୋ ନ ଖାଇବାକୁ ସ୍ଥିର କରିଛନ୍ତି।