ଭୁବନେଶ୍ୱର (ଆମ ଟିଭି): କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଦୀର୍ଘ ଦିନ ହେବ ଲାଗି ରହିଛି । ଏହାରି ଭିତରେ ଆନ୍ଧ୍ର ସହ ସୀମା ବିବାଦ ଏବଂ ବାରମ୍ବାର ଅନୁପ୍ରବେଶକୁ ନେଇ ମୁହଁ ଖୋଲିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ସୀମା ସୁରକ୍ଷାରେ ବିଫଳ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିବେ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ପଟାଙ୍ଗି ବ୍ଲକ୍ର କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରି ନିଜ ରାଜ୍ୟର ଯୋଜନା ଲାଗୁ କରିସାରିଛି।
ସେହିପରି ସମ୍ବାଇ ଏବଂ ସୁନାବେଡ଼ା ବନାଞ୍ଚଳରେ ଜଙ୍ଗଲ ଜମିକୁ କେନ୍ଦ୍ର କରି ବିବାଦ ବଢ଼ିବାରେ ଲାଗିଛି। ଆନ୍ଧ୍ରର ଏଭଳି ଆଭିମୁଖ୍ୟକୁ ଆଦୌ ବରଦାସ୍ତ କରାଯିବନି ବୋଲି ଆଜି ଜୟପୁର ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ।