ଚଳଚ୍ଚିତ୍ର “ରଙ୍ଗଶୁର”ର ଗ୍ରାଣ୍ଡ ଟ୍ରେଲର ରିଲିଜ୍ ଓ “ପ୍ରକାଶ ମ୍ୟୁଜିକ୍” ଚ୍ୟାନେଲର ଶୁଭାରମ୍ଭ*
ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ “ରଙ୍ଗଶୁର’ ନୂଆ ବର୍ଷ ଉପଲକ୍ଷେ ଆସନ୍ତା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବା ପାଇଁ ଘୋଷଣା ହୋଇସାରିଥିବା ବେଳେ ଲେମନ୍ ଟ୍ରି ହୋଟେଲରେ “ରଙ୍ଗଶୁର” ଚଳଚ୍ଚିତ୍ରର ଗ୍ରାଣ୍ଡ ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ହୋଇଛି l ତା ସହିତ ସେଥିପାଇଁ ପ୍ରକାଶ ମ୍ୟୁଜିକ୍ ଚ୍ୟାନେଲର ଶୁଭାରମ୍ଭ ହୋଇଛି l ଏହି ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନୀଲ କୁମାର, ମାହାଙ୍ଗା, କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ, ଦିଗପହଣ୍ଡିର ମାନ୍ୟବର ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟିର ମାନ୍ୟବର ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ, ଛେଣ୍ଡିପଦାର ମାନ୍ୟବର ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗଦେଇ ରଙ୍ଗଶୁର ଚଳଚ୍ଚିତ୍ରର ଗ୍ରାଣ୍ଡ ଟ୍ରେଲର ରିଲିଜ୍ ଏବଂ ପ୍ରକାଶ ମ୍ୟୁଜିକ୍ ଚ୍ୟାନେଲର ଶୁଭାରମ୍ଭ କରିଥିଲେ l
ମାନ୍ୟଗଣ୍ୟ ଅତିଥିଙ୍କ ସମେତ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ ରାଉତରାୟ, ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶୁଭଶ୍ରୀ ଜେନା ଏବଂ ସଂବିତ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
ଏକ ପାରମ୍ପରିକ ଲୋକ ନୃତ୍ୟ ଉପରେ ଆଧାରିତ ତଥା ନାରୀ ସଶକ୍ତିକରଣ ଓ ଜଙ୍ଗଲ ବଞ୍ଚାଅ ଅଭିଯାନ ବାର୍ତ୍ତା ଉପରେ ଆଧାରିତ ଭିନ୍ନ ଧରଣର ଫିଲ୍ମ ଯାହା ବଡ଼ ପରଦାରେ ଓଡ଼ିଆ ସିନେ ଦର୍ଶକ ଆସନ୍ତା ୧୨ ତାରିଖରେ ଦେଖିବାକୁ ପାଇବେ l
ମୁନ୍ ଟିଭି ଓ ପ୍ରକାଶ ଫିଲ୍ମ୍ସ ପ୍ରଯୋଜନା ଏବଂ ମ୍ୟାକ୍ସିମିଆ ଫିଲ୍ମ ସହ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି । ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ। କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ।
ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ। ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଙ୍ଗଶୁର l ରଙ୍ଗଶୁର ଫିଲ୍ମର ସମସ୍ତ ଗୀତ ପ୍ରକାଶ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ଆଜିଠାରୁ ଦର୍ଶକ ଦେଖିବାକୁ ପାଇବେ l
ରଙ୍ଗଶୁର ଚଳଚ୍ଚିତ୍ରରେ ଅଭିଜ୍ଞ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ଜେନା ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।
ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଏବଂ ବାନି। ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ୍ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଓ ସଂବିତ ଜେନା ଅଛନ୍ତି l